ଭୂତ ଗପ ଜାହା ପଢିଲେ ମଜାଲାଗିବ ଛୋଟ ପିଲାଙ୍କୁ ଶୁଣାନ୍ତୁ

ଗପ ଲେଖା - ମାଧବାନନ୍ଦ

ସବୁଦିନ ପରି  ନିଜ କାମ ସାରି  ରାକେଶ ଘରକୁ ଫେରିବା ସମୟଟା  ଟିକେ ଲେଟ୍ ହେଇଯାଇଥିଲା ।  ଜଙ୍ଗଲ ରାସ୍ତା ଦେଇ  ଫେରୁଥିଲା ରାକେଶ  ନିଜ ବାଇକ ଯୋଗେ କିଛି  ବାଟ ଆସିବା ପରେ   ତାଙ୍କ  ବାଇକର ଷ୍ଟାର୍ଟ  ବନ୍ଦ  ହେଇଗଲା ।  ସେ  ଟିକେ  ଚମକିପଡିଲା ପରି ଆଗକୁ ଅନାଇଲା   କଣ  ପାଇଁ  ତାଙ୍କ ଗାଡି ବନ୍ଦ  ହେଇଗଲା । ଗାଡିରେ  ବସିକି  ତେଲ  ଚେକ କଲେ  ହେଲେ ଏ  କଣ  ତେଲ ତ ଅଛି । ଗାଡି କଣ  ପାଇଁ  ବନ୍ଦ  ହେଇଗଲା?  ସେହି ସମୟରେ  କିଛି  ବିକଟାଳ  କୁକୁର  ଶବ୍ଦ ଶୁଭୁଥିଲା  ଜଙ୍ଗଲ ମଧ୍ୟରେ ରାକେଶର ମନ ଭିତରେ  ଭୟ  ଟିକେ  ହେଲା ।  ସେ  କଣ କରିବେ କିଛି  ବୁଝିପାରିଲେ  ନାହିଁ   ସେ  ନିଜ ସାଙ୍ଗ  ପାଖକୁ  ଫୋନ୍ କଲେ  ହେଲେ  ସେ ଫୋନ  ରିସିଭ୍ କରିପାରିଲେ ନାହିଁ  ।   ରାକେଶ ଦେଖିଲା  ତା  ଫୋନ୍ ରେ  ଚାର୍ଜ  ମାତ୍ର ୧୭% ଅଛି  ।  ସେ  ବିଚଳିତ ନହୋଇ ଗାଡିକୁ  ଭଲ ଭାବେ  ଦେଖିଲେ  ତଥାପି   ଗ‍ାଡି କୁ ଠିକ୍ କରିପାରିଲେ  ନାହିଁ  । ରାକେଶ ନିଜ  ଗାଡିକୁ  ଗଡାଇ  ଗଡାଇ ଆଣି  ବାକୁ  ଚେଷ୍ଟା କଲେ କିଛି ବାଟ  ଗଡାଇ ଆଣିବା ପରେ  ସେ ଦେଖିଲେ  ରାତି  ପ୍ରାୟ  ୧୧. ୪୫  ହେବ  ତାଙ୍କ ଫୋନ୍ ର  ଚାର୍ଜ ୧୧%  ରହିଛି ।  ସେ ନିଜର ଫୋନ୍ କୁ  ଫ୍ଲାଇଟ୍ ମୋଡ୍ କରି  ରଖିଦେଲେ  ଏମରଜେନ୍ସି   ପାଇଁ  ।  ପୁଣି  ଥରେ  ଗାଡି ଗଡାଇ  ଗଡାଇ  ଚାଲୁଥାନ୍ତି  ଜଙ୍ଗଲର  ନିଷ୍ପଦ ଭିତରେ  କୁକୁର  ବିଲୁଆ  ମାନଙ୍କର  ବିକଟାଳ  ଶବ୍ଦ  ସହ  ଚଢେଇ  ମାନଙ୍କର  ନିଷ୍ପଦ ରାକେଶକୁ  ଅଧିକ  ଭୟଭିତ  କରାଇଦେଲା ।  ତାଙ୍କର  ମନ ପଡିଗଲା ଏହି ଗ୍ରାମର  ଜଣେ  ବ୍ୟକ୍ତି  ଗାଡି  ଦୃଘଟଣାରେ  ଏହି ଜଙ୍ଗଲରେ  ମୃତ୍ୟୁ ହୋଇଥିଲା ।  କିଛି ବାଟ ଗଲା ପରେ  ସେହି ଜାଗା  ପଡିବ  ରାକେଶ ଏହି କଥା ଭାବି  ଗମ ଗମ ଝାଳ  ବୋହିଗଲା  ଛାତି  ଧଡ ଧଡ  ହେଉଥାଏ  ରାକେଶର   ହଠାତ୍ କିଛି  ଶବ୍ଦ  ଶୁଭିଲା  ବଞ୍ଚାଅ ମତେ ଚମକିପଡିଲା ରାକେଶ  ହେଲେ  ସେ ଶବ୍ଦ  ଥିଲା  ସେହି ବ୍ୟକ୍ତିର  ଜିଏ  ଏହି ଜଙ୍ଗଲରେ  ଗାଡି  ଦୃଘଟଣା ରେ  ମୃତ୍ୟୁ  ଘଟିଥିଲା ସେ ଥିଲା  ବାପା  ମା ଙ୍କର  ଗୋଟିଏ  ବୋଲି ପୁଅ  । ବାହାଘର  ବରଯାତ୍ରୀ ରେ  ଯୋଗଦେଇ  ଘରକୁ ରାତି ୧ ସମୟରେ ଫେରୁଥିବା ସମୟରେ  କୁହୁଡି ରେ ରାସ୍ତା  ନଦେଖା ଯିବାରୁ   ସେ  ଜଙ୍ଗଲ ଭିତର ଥିବା  ସୁରକ୍ଷାକର୍ମୀଙ୍କ  ଘର   କାନ୍ଥରେ ଦୃଘଟଣା  ହେଇଥିଲା  ସେହି ବ୍ୟକ୍ତିଙ୍କର ।  ସେହି  ଘଟଣା ପରେ  କୌଣସି ସୁରକ୍ଷାକର୍ମୀ  ସେଠାରେ  ଡିୟୁଟି କରିବାକୁ  ଭୟ କରୁଥିଲେ  ସେହି ଦିନ ଠାରୁ  ବନ୍ଦ  ପଡିଥିଲା ସୁରକ୍ଷାକର୍ମୀଙଚକ ଘର । ରାକେଶ ଏହି କଥା ଭାବି  ଭୟରେ ଗାଡି ଗଡାଇ  ସେହି  ସ୍ଥାନରୁ କିଛି  ବାଟ ପଳାଇ  ଆସିଛନ୍ତି  ସେ ଜାଣିନାହାଁନ୍ତି ।    ପରେ  ସେ ଦେଖିଲେ  ସେ  ଯେଉଁ  ଜାଗା  ଦେଇ  ଯାଉଛନ୍ତି ସେ ଗୋଟେ ଗାଁର ରାସ୍ତା   ଯେଉଁ   ଗାଁଟି ସେହି ବ୍ୟକ୍ତିଙ୍କ ଗାଁ  ବୋଲି  ଜାଣିପାରିଲେ  ରାତି ପ୍ରାୟ ୧ଟା  ସମୟ ରାକେଶ ଭୟରେ ଡରିକି  ହନୁମାନ  ଚାଳିଶା ପଢିକି  ଗାଡି ଗଡାଇ ଚାଲିଲା ।  ଆଉ ପ୍ରାୟ ୪କିମି  ପରେ  ରାକେଶର ଗାଁ  ଆସିବ ।  ଗାଡିର  ଲାଇଟ୍ ରେ ଗାଁ  ବିଲ ସବୁ  ଖାଁ  ଖାଁ ଲାଗୁଛି କିଛି ଦୂର ରୁ ରାକେଶ ଦେଖିଲା  ଗୋଟେ ସ୍ତ୍ରୀ ଲୋକ  ପୋଖରୀ ପାଖରେ  ଠିଆ ହୋଇ ଟର୍ଚ୍ଚ  ମାରୁଛନ୍ତି ।  ରାକେଶ ଦେଖିଲା  ସେ ସ୍ତ୍ରୀ ଲୋକ ନିଜ ପିଲାକୁ କୁ  ଝାଡା  ବସାଇବା  ଲାଗି   ପୋଖରୀ  ପାଖକୁ ଆଣିଛନ୍ତି  ବୋଧେ  । ନିଜେ ସାହାସ କରି  ନିଜ ଗାଡିର ଷ୍ଟାଣ୍ଡ ମାରି  ସେ  ସ୍ତ୍ରୀ ଲୋକ  ପାଖକୁ  ଜିବାକୁ  ଚାହିଁଲା ରାକେଶ । ବିଲ ଭିତରକୁ  ନିଜ ଫିନ୍ ବାହାରକରି  ଟର୍ଚ୍ଚ ମାରି  ଚାଲିଲା  ସେ ସ୍ତ୍ରୀ ଲୋକ ପାଖକୁ କିଛି ବାଟ ଗଲାପରେ ଦେଖିଲା  ସେ ସ୍ରୀ ଲୋକ ସେଠି ନାହି ଁ  ରାକେଶ ଚମକିପଡିଲା  ରାକେଶ ପଛରେ  ସେ ସ୍ତ୍ରୀଲୋକର  ବିକଟାଳ  ହସ ହସୁଥାଏ । ରାକେଶ ପଛକୁ  ବୁଲି  ଚାହିଁଲା  ସେ ସ୍ତ୍ରୀଲୋକ  ବାଇକ୍ ପାଖରେ  ଛିଡା ହୋଇଛି ।  ରାକେଶର ନିଶ୍ଵାସ ବନ୍ଦ ହେଲାପରି ଲାଗିଲା ଏକଣ  ସେ ସ୍ତ୍ରୀଲୋକ ନିଜ ଛୁଆଟିକୁ ଧରି କଣ ପାଇଁ   ଆକର୍ଷଣ  ମତେ କରୁଛି ମୁଁ ତାର କଣ ଅସୁବିଧା କରିଛି  ମନେ  ମନେ ଭାବୁଥାଏ ରାକେଶ ନିଜ ଫୋନ୍ ର ଚାର୍ଜ  ସରିଗଲା ରାକେଶର ।  କିଛି ସମୟ ପରେ ସକାଳ ହେବାପରେ  ବିଲ ମଝିରେ ରାକେଶ ପଡିଥିବା ଖବର  ପାଖ ଗାଁ ଲୋକ ଜାଣିପାରି  ରାକେସକୁ ଉଦ୍ଧାର କରିଥିଲେ ।  ସେ କଣ  ପା଼ଇଁ ବିଲ ଭିତରେ ପଡିଥିଲା । ବୋଲି  ଗାଁ ଲୋକମାନେ  ଜାଣିବାକୁ  ଚାହୁଁଥିଲେ  କିନ୍ତୁ  ସେହି ଗ୍ରାମର ଜଣେ ବୃଦ୍ଧ  କହିଲେ ଏ ହେଉଛି    ସେ  ରମେଶ ସ୍ତ୍ରୀ ର କାମ  ।  ରାକେଶର  ଚେତା ଫେରିଲା ପରେ  ଦେଖିଲା କିଛି ଲୋକମାନେ ତାକୁ  ଘେରିକି ରହିଛନ୍ତି  ଆଉ ରମେଶର ସ୍ତ୍ରୀ ବିଷୟରେ କଥା  ହେଉଛନ୍ତି  ।  ରମେଶର ସ୍ତ୍ରୀ ଆପଣମାନେ  କଣ କହୁଛନ୍ତି  ରମେଶର ସ୍ତ୍ରୀ କିଏ   ପଚାରିଲା ରାକେଶ ସେହି ସମୟରେ   ଜଣେ ବୃଦ୍ଧ କହିଲା ତମେ କିଏ ବାପା   ତମେ ଏ   ବିଲ ମଝି ରେ କଣ  ପାଇଁ  ପଡିଥିଲ ।   ମୁଁ କିଛି ଜାଣୁପାରୁନି ମଉସା ଏ ରମେଶର ସ୍ତ୍ରୀ କିଏ ।   ରମେଶର ସ୍ତ୍ରୀ  ହେଉଛି  ଆମ ଗାଁର  ରମେଶ ପ୍ରଧାନ ର ସ୍ତ୍ରୀ ମେନାର  ଜିଏ ସେ  ଜଙ୍ଗଲ ଭିତରେ  ରମେଶର ଗାଡି ଦୃଘଟଣାରେ ମୃତ୍ୟୁ ପରେ   ମେନା ବହୁତ କଷ୍ଟ ରେ  ରହୁଥିଲା । ହେଲେ ହଠାତ୍  ଦିନେ ସନ୍ଧ୍ୟାରେ ରମେଶର ପୁଅ ୫ବର୍ଷ ର  ବାପା ମରିଥିବା ଜାଗାକୁୁ ଦେଖିବାକୁ ଆସୁଥିଲା ହଠାତ୍ ବିପରୀତ ଦିଗରୁ  ଆସୁଥିବା  ବାଇକ୍ ଚଢିଯାଇଥିଲା ।   ଏ ସବୁ ଘଟଣା ଦେଖି ମେନା ବିଶ ପିଇଦେଇଥିଲା  ସେହିଦିନ ଠୁ ରମେଶର ସ୍ତ୍ରୀ ର ଆତ୍ମା   ଘୁରିବୁଲୁଛି ଏଠି  ସେଠି ....କ୍ରମସଃ...ମୋ ମନରୁ  ଲେଖିଛି    ମାଧବାନନ୍ଦ 

Comments