ରଜ ଉପଲକ୍ଷେ ପଢନ୍ତୁ ଲେଖକ ମାନସ ଦାସ ଙ୍କ " ମୃତ୍ୟୁ ର ନିମନ୍ତ୍ରଣ "



ରବିବାର ସକାଳ.

ଏଥର ରଜ ରବିବାର  ଦିନ ପଡୁଥିବାରୁ  ଗାଁ ଛକ କାଲୁ ମିଆଁ ଦୋକାନରେ ଲମ୍ବା ଲାଇନ.ଲୋକ କୁହନ୍ତି ସେଠି କୁଆଡେ ଭଲ ଖାସି ମାଂସ କମ ଦାମ ରେ ମିଳେ । ସେଥିପାଇଁ  ପ୍ରବଳ ଭିଡ,ମାଂସ ଦୋକାନ କୁ ଲାଗି ଛୋଟ କୁଡ଼ିଆ ଟେ। ସେ କୁଡ଼ିଆ ଭିତରେ କିଛି  ଛେଳି ବନ୍ଧା ହେଇଥାନ୍ତି.ବାହାରେ ଲୋକମାନଙ୍କ ର ପେଲା ଠେଲା ଭିଡକୁ ଦେଖି ଛେଳିମାନେ ଚୁପ ଚାପ ଛିଡା ହେଇ ଥାନ୍ତି .କଳା ଧଳା ମିଶା ଛେଳି ଟି ହାଠାତ କହି ଉଠିଲା  ବୁଝିଲ ଭାଇ ମାନେ.... ମୁଁ ବହୁତ ଭାଗ୍ୟବାନ ।ଯେତେବେଳେ ଛୋଟ ଥିଲି ମୁଁ ଭାରି କୌତୁକିଆ ଥିଲି ଆଉ  ଗାଁ ସାରା ଲୋକ ମାନେ ମୋତେ ଗେଲ୍ହା କରୁଥିଲେ  ମୋତେ କେବେ ବି ତଳେ ଚାଲିବାକୁ ଦେଉନଥିଲେ  .କିଏ କେତେ ରକମର ଖାଇବା ଦେଉଥିଲେ । ମୋ ମା ପାଖକୁ ବି ଆସିବାକୁ ଦିଅନ୍ତିନି. କିଏ କଅଁଳ ଘାସ ଦିଏ ତ କିଏ ମୋ ଗାଲରେ ଗୋଟେ ପପି.ଏମିତି କେତେ ସ୍ନେହ ଆଦର .ଟିକେ ବଡ ହେଇଗଲା ପରେ ମୋ ମାଲିକ ସବୁବେଳେ ମୋତେ ସକାଳେ ଧରି ଆମ ଗାଁ ପଡିଆ କୁ ଯାଏ ଆଉ ଲୋକଙ୍କୁ ଦେଖେଇ କହେ ହେଇ ଦେଖ ରେ ଭାଇ ଦେଖ ...... ମୋ ରାଜା କୁ ଦେଖ ...ମୋ ରାଜା ଆହୁରି ବଢିବ.

ପିଲାବେଳେ ମୁଁ ଭାରି ସୁନ୍ଦୁରିଆ ହେଇଥିବାରୁ ମୋ ନାଁ ଦେଇଥିଲେ ରାଜା.ଏକଥା ଶୁଣି ମୋ ଛାତି କୁଂଢେ ମୋଟ ହେଇଯାଉଥିଲା.ମୋର କିଛି ବି ଅସୁବିଧା ହେଉନଥିଲା .ଦେହ ଟିକେ ଖରାପ ହେଲେ ସଂଗେ ସଂଗେ ଡାକ୍ତର ହେଇ ଏବେ ଦେଖୁନ , ମୁଁ ଏତେ ଭାଗ୍ୟବାନ ଯେ ମୁଁ ପଶୁଟିଏ ହେଇକି ବି କାଲି ମୋ ମାଲିକ ଙ୍କର ଜଣେ ବନ୍ଧୁ ଙ୍କ ସାଙ୍ଗରେ ମଟର ସାଇକେଲ ରେ ବସି ଏଠିକି ଆସିଛି.ମୋତେ ଗାଡ଼ିରେ ବସେଇ ଦେଇ ମୋ ମାଲିକ କେତେ ଯେ କାନ୍ଦିଲା, ମୁଁ ପରା ଜାଣିଛି ,ସେ ମୋତେ ଛାଡ଼ି ଜମା ରହି ପାରିବନି ,କାଲିଠୁ ଖାଇନି ଭାରି ଭୋକ ହେଲାଣି ..କେଜାଣି କେତେବେଳେ ଖାଇବାକୁ ମିଳିବ .ମୋ ମାଲିକ ଭାରି ଗରିବ ହେଲେ ଭାରି ଭଲ ଲୋକ କେବେ ବି ମୋ ପେଟ ଉପାସରେ ରହିବାକୁ ଦିଏନି । ମୁ ଆଗେ ଖାଇ ସାରିବା ପରେ ସେ ଖାଏ .କାଲି ମୁଁ ଆସିଲା ବେଳେ ସେ ଭାରି ଖୁସିଥିଲେ ଆଉ ତାଙ୍କ ବନ୍ଧୁଙ୍କୁ କହୁଥିଲେ  ଆଉ ଦି ଦିନ ପରେ ମୁଁ କଟକ ଯିବି , ଏଥର ଯାହା ବି ହେଉ  ଗୋଟେ ନୂଆ  ଗାଡି କିଣିବି . ମୁଁ ଏଠାରୁ ଗଲେ କେତେ ଯେ ଗାଡ଼ିରେ ବୁଲିବି.କେତେ ମଜା ହବ .
ସେହି ଛେଳି ଟି ପାଟିରୁ କଥା ନ ସରୁଣୁ   ହଠାତ ଗୋଟେ ବିଶାଳ ହାତ ତାକୁ ଟାଣି ନେଇଗଲା ନିକଟରେ ଥିବା ଗୋଟେ ବୁଦା ଉହାଡକୁ.ଛେଳିଟି କିଛି ବୁଝିବା ପୂର୍ବରୁ ଏକ ଚିକ ଚିକ ଧାରୁଆ ଛୁରି ଟି ଚାଲି ଯାଇଥିଲା ତାର ବେକରେ ସାଇଁ କରି ,ଛେଳିଟି କିଛି କହି ପାରୁନଥିଲା ହେଲେ ଅନୁଭବ କରୁଥିଲା ଖାଲି କଷ୍ଟ ଆଉ ଯନ୍ତ୍ରଣା .ଛଟପଟ ହେଉଥିଲା ତାର ମୁଣ୍ଡ ବିହୀନ ଶରୀରଟି ,ମନେ ମନେ ଖୋଜୁଥିଲା ତାର ସେଇ ନିଜର ମଣିଷ ଟିକୁ ଯିଏ ପିଲାଟିଏ ବେଳୁ କ୍ଷୀର ଆଉ ଘାସ ଖୁଆଇ ଛୋଟ ରୁ ବଡ କରିଥିଲା ।
ବାସ..........ଶେଷ ........... ସବୁ କିଛି ଶେଷ.
ଅନ୍ୟ ଛେଳି ମାନେ ସେଇ ଭଙ୍ଗା କୁଡ଼ିଆ ର ବାଉଁଶ ଫାଂକ ରୁ  ଆଖି ଆଗରେ ମୃତ୍ୟୁ ର ସେଇ  ବିକଟାଳ ରୂପ  କୁ  ଦେଖି ଥରୁ ଥିଲେ ବରଡା ପତ୍ର ଭଳି ଜଣେ ଅନ୍ୟ ଜଣକୁ .ଅପେକ୍ଷା କରୁଥିଲେ ମୃତ୍ୟୁର ନିମନ୍ତ୍ରଣ କୁ.

ଭଲ ଲାଗିଲେ କମେନ୍ଟ ଦେବେ....ଜୟ ଜଗନ୍ନାଥ .....ଜୟ ଓଡିଶା

Comments