Posts

ରଜ ଉପଲକ୍ଷେ ପଢନ୍ତୁ ଲେଖକ ମାନସ ଦାସ ଙ୍କ " ମୃତ୍ୟୁ ର ନିମନ୍ତ୍ରଣ "

Image
ରବିବାର ସକାଳ. ଏଥର ରଜ ରବିବାର  ଦିନ ପଡୁଥିବାରୁ  ଗାଁ ଛକ କାଲୁ ମିଆଁ ଦୋକାନରେ ଲମ୍ବା ଲାଇନ.ଲୋକ କୁହନ୍ତି ସେଠି କୁଆଡେ ଭଲ ଖାସି ମାଂସ କମ ଦାମ ରେ ମିଳେ । ସେଥିପାଇଁ  ପ୍ରବଳ ଭିଡ,ମାଂସ ଦୋକାନ କୁ ଲାଗି ଛୋଟ କୁଡ଼ିଆ ଟେ। ସେ କୁଡ଼ିଆ ଭିତରେ କିଛି  ଛେଳି ବନ୍ଧା ହେଇଥାନ୍ତି.ବାହାରେ ଲୋକମାନଙ୍କ ର ପେଲା ଠେଲା ଭିଡକୁ ଦେଖି ଛେଳିମାନେ ଚୁପ ଚାପ ଛିଡା ହେଇ ଥାନ୍ତି . କଳା ଧଳା ମିଶା ଛେଳି ଟି ହାଠାତ କହି ଉଠିଲା  ବୁଝିଲ ଭାଇ ମାନେ.... ମୁଁ ବହୁତ ଭାଗ୍ୟବାନ । ଯେତେବେଳେ ଛୋଟ ଥିଲି ମୁଁ ଭାରି କୌତୁକିଆ ଥିଲି ଆଉ  ଗାଁ ସାରା ଲୋକ ମାନେ ମୋତେ ଗେଲ୍ହା କରୁଥିଲେ  ମୋତେ କେବେ ବି ତଳେ ଚାଲିବାକୁ ଦେଉନଥିଲେ  .କିଏ କେତେ ରକମର ଖାଇବା ଦେଉଥିଲେ । ମୋ ମା ପାଖକୁ ବି ଆସିବାକୁ ଦିଅନ୍ତିନି. କିଏ କଅଁଳ ଘାସ ଦିଏ ତ କିଏ ମୋ ଗାଲରେ ଗୋଟେ ପପି.ଏମିତି କେତେ ସ୍ନେହ ଆଦର .ଟିକେ ବଡ ହେଇଗଲା ପରେ ମୋ ମାଲିକ ସବୁବେଳେ ମୋତେ ସକାଳେ ଧରି ଆମ ଗାଁ ପଡିଆ କୁ ଯାଏ ଆଉ ଲୋକଙ୍କୁ ଦେଖେଇ କହେ  ହେଇ ଦେଖ ରେ ଭାଇ ଦେଖ ...... ମୋ ରାଜା କୁ ଦେଖ ...ମୋ ରାଜା ଆହୁରି ବଢିବ. ପିଲାବେଳେ ମୁଁ ଭାରି ସୁନ୍ଦୁରିଆ ହେଇଥିବାରୁ ମୋ ନାଁ ଦେଇଥିଲେ ରାଜା.ଏକଥା ଶୁଣି ମୋ ଛାତି କୁଂଢେ ମୋଟ ହେଇଯାଉଥିଲା.ମୋର କିଛି ବି ଅସୁବିଧା ହେଉନଥିଲା .ଦେହ ଟିକେ ଖରାପ ହେଲେ ସଂଗେ ସଂଗେ ଡାକ୍ତର   ହେ...

କ୍ଷମାର ପରିଣାମ - କ୍ଷୁଦ୍ର ଗଳ୍ପ ନରୋତ୍ତମା ପାତ୍ର

Image
କ୍ଷମା ର ପରିଣାମ (କ୍ଷୁଦ୍ରଗଳ୍ପ)  **************ଶ୍ରୀ ନରୋତ୍ତମ ପାତ୍ର ****************          ପତିଙ୍କର ସମାଧୀ ପୀଠ ନିକଟରେ ଏକୁଟିଆ ବସି ନୟନରୁ ଲୁହ ଗଡ଼ାଉଥିଲେ ସୁମିତ୍ରା ଦେବୀ। କୋହ ଉପରେ କୋହ ଲହଡ଼ି ମାରୁଥିଲା ହୃଦୟ ମଧ୍ୟରୁ। ଗୁଣୁ ଗୁଣୁ ହେଇ କାନ୍ଦି ନିଜର ସ୍ୱର୍ଗବାସୀ ପତିଙ୍କୁ ଆପଣାର ଦୁଃଖ ଜଣାଉଥିଲେ। "ତୁମେ ଏକୁଟିଆ ମୋତେ ଛାଡ଼ି ଚାଲିଗଲ କାହିଁକି ?ସାଙ୍ଗରେ ନେଲ ନାହିଁ ମୋତେ। କେଡ଼େ ସ୍ବାର୍ଥପର ତୁମେ, ମୋତେ ନ ନେଇ ଏକୁଟିଆ ଚାଲିଗଲ ।ବିନା ଅପରାଧ, ନିର୍ଦ୍ଦୋଷ ଥାଇ ମଧ୍ୟ ଆଜି ମୋତେ କଳିହୁଡ଼ି ବୋହୂ ଅନୀତା ନିକଟରୁ, ଅଯଥା ଗାଳି ଓ ଗଞ୍ଜଣା ଶୁଣିବାକୁ ପଡ଼ୁଛି। ଚୋରୀ ନକରି ମଧ୍ୟ ସେ ଆଜି ମୋତେ ଚୋରଣୀ ଆଖ୍ୟା ଦେଉଛି" କହି ଛୋଟ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦି ଚାଲିଥିଲେ ସେ।             ହଠାତ୍ ମାଆ ଡାକରେ ଚମକି ପଡ଼ି ଦେଖିଲେ, ପଛପଟେ ଠିଆ ହୋଇଛନ୍ତି ତାଙ୍କ ଏକମାତ୍ର ପୁତ୍ର ନରେନ୍ଦ୍ର।କେତେବେଳୁ ସେ ଆସି ତାଙ୍କ ମାଆଙ୍କ କାନ୍ଦଣା କଥା ଶୁଣୁଥିଲେ ତାଙ୍କର ଅଜାଣତରେ। "କଣ ହୋଇଛି ମାଆ, ସତକରି କୁହ, ଏପାଖରେ ବସି କାନ୍ଦୁଛ କାହିକି ?ପ୍ରଶ୍ନ କଲେ ସେ। କିଛି ନାହିଁ ପୁଅ କହି ଚକ୍ଷୁରୁ ଲୁହ ପୋଛିନେଇ, କଥାଟାକୁ ଲୁଚାଇବାକୁ ଚେଷ୍ଟା କଲେ ସୁମିତ୍ରା ଦେବୀ।             ବୁଝ...

କୁଳାଙ୍ଗାର ପୁତ୍ର (କ୍ଷୁଦ୍ରଗଳ୍ପ)

Image
. ଲେଖକ -  ନରୋତ୍ତମା ପାତ୍ର. ........................................         ନାସିଗାଁ ,କଳାହାଣ୍ଡି  ଓଡିଶା        ଶ୍ରାବଣ ମାସର ଝିପି ଝିପି ବର୍ଷା। ଏ ବର୍ଷାକୁ ଖାତିର ନକରି ମୁଣ୍ଡ ରେ ଟୋକେଇ ଟିଏ ବୋହି ପନିପରିବା ବିକ୍ରି କରି ବୁଲୁଛି ସତୁରୀ ବର୍ଷର ବୁଢ଼ୀ ମରୁଆ। ଏହା ତାହାର ନିତି ଦିନିଆ କାମ। ଖରା, ବର୍ଷା,  ଶୀତ, କାକରକୁ ଭୃକ୍ଷେପ ନକରି ସବୁଦିନ ତାର ଏ କାମରେ ଲାଗିଥାଏ ସିଏ।          ସକାଳୁ ତା ମାଲିକ ବସନ୍ତ ବାବୁଙ୍କ ଘରକୁ ଯାଇ, ତାଙ୍କ ଘର କାମ ତକ ସାରିଦେଇ, ଘରକୁ ଫେରିଆସି ଘରେ ରଖିଥିବା ବାସି ପଖାଳ ମୁଠାକ ଖାଇ ପୂର୍ବାହ୍ନ ୧୦ଘଣ୍ଟାରୁ ପନିପରିବା ଟୋକେଇ ଧରି ବାହାରି ପଡ଼େ ବୁଢ଼ୀଟି ଘରକୁ ଘର ବୁଲି ବିକ୍ରି କରିବା ପାଇଁ।ଉଦ୍ଦେଶ୍ୟ ହେଉଛି, ସହରରେ ହଷ୍ଟେଲରେ ରହି କଲେଜରେ ପାଠ ପଢୁଥିବା, ତାର ଏକ ମାତ୍ର ଗଣ୍ଠିଧନ ଗଗନର ପାଠ ପଢ଼ା ଖର୍ଚ୍ଚ ତୁଲେଇବା ପାଇଁ। କେବଳ ମାଲିକ ଘରେ କାମ କଲେ, ତାର ପେଟ ସିନା ପୁରିବ। କିନ୍ତୁ ପୁଅର ପଢ଼ା ଖର୍ଚ୍ଚ ର ବୋଝ ସେ ଉଠେଇ ପାରିବ କେମିତି ?ତେଣୁ ଅବଶିଷ୍ଟ ସମୟ ତକ ସେ ବରବାଦ୍ ନକରି, ଏ ବୁଢ଼ୀ ବୟସରେ ମଧ୍ୟ ପନିପରିବା ବିକ୍ରି କରି ପୁଅର ପଢ଼ା ଖର୍ଚ୍ଚ ପାଇଁ କିଛି ଟଙ୍କା ସଞ୍ଚୟ କରେ।              ଯେତେବେଳେ ପୁତ୍ର ଗଗ...

ଭୂତ ଗପ ଜାହା ପଢିଲେ ମଜାଲାଗିବ ଛୋଟ ପିଲାଙ୍କୁ ଶୁଣାନ୍ତୁ

ଗପ ଲେଖା - ମାଧବାନନ୍ଦ ସବୁଦିନ ପରି  ନିଜ କାମ ସାରି  ରାକେଶ ଘରକୁ ଫେରିବା ସମୟଟା  ଟିକେ ଲେଟ୍ ହେଇଯାଇଥିଲା ।  ଜଙ୍ଗଲ ରାସ୍ତା ଦେଇ  ଫେରୁଥିଲା ରାକେଶ  ନିଜ ବାଇକ ଯୋଗେ କିଛି  ବାଟ ଆସିବା ପରେ   ତାଙ୍କ  ବାଇକର ଷ୍ଟାର୍ଟ  ବନ୍ଦ  ହେଇଗଲା ।  ସେ  ଟିକେ  ଚମକିପଡିଲା ପରି ଆଗକୁ ଅନାଇଲା   କଣ  ପାଇଁ  ତାଙ୍କ ଗାଡି ବନ୍ଦ  ହେଇଗଲା । ଗାଡିରେ  ବସିକି  ତେଲ  ଚେକ କଲେ  ହେଲେ ଏ  କଣ  ତେଲ ତ ଅଛି । ଗାଡି କଣ  ପାଇଁ  ବନ୍ଦ  ହେଇଗଲା?  ସେହି ସମୟରେ  କିଛି  ବିକଟାଳ  କୁକୁର  ଶବ୍ଦ ଶୁଭୁଥିଲା  ଜଙ୍ଗଲ ମଧ୍ୟରେ ରାକେଶର ମନ ଭିତରେ  ଭୟ  ଟିକେ  ହେଲା ।  ସେ  କଣ କରିବେ କିଛି  ବୁଝିପାରିଲେ  ନାହିଁ   ସେ  ନିଜ ସାଙ୍ଗ  ପାଖକୁ  ଫୋନ୍ କଲେ  ହେଲେ  ସେ ଫୋନ  ରିସିଭ୍ କରିପାରିଲେ ନାହିଁ  ।   ରାକେଶ ଦେଖିଲା  ତା  ଫୋନ୍ ରେ  ଚାର୍ଜ  ମାତ୍ର ୧୭% ଅଛି  ।  ସେ  ବିଚଳିତ ନହୋଇ ଗାଡିକୁ  ଭଲ ଭାବେ  ଦେଖିଲେ  ତଥାପି   ଗ‍...